Basanta Barnamala

Basanta Kumar Muduli

ISBN 10: 1645602419 ISBN 13: 9781645602415
Published by BLACK EAGLE BOOKS, 2022
New Taschenbuch

From preigu, Osnabrück, Germany Seller rating 5 out of 5 stars 5-star rating, Learn more about seller ratings

AbeBooks Seller since 5 August 2024

This specific item is no longer available.

About this Item

Description:

Basanta Barnamala | Basanta Kumar Muduli | Taschenbuch | Kartoniert / Broschiert | Oriya-Sprache | 2022 | BLACK EAGLE BOOKS | EAN 9781645602415 | Verantwortliche Person für die EU: Libri GmbH, Europaallee 1, 36244 Bad Hersfeld, gpsr[at]libri[dot]de | Anbieter: preigu Print on Demand. Seller Inventory # 121195048

Report this item

Synopsis:

କବି ବସନ୍ତ କୁମାର ମୁଦୁଲିଙ୍କ 'ବସନ୍ତ ବର୍ଣ୍ଣମାଳା' କବିତା ସଂକଳନଟିଏ ମାତ୍ର ନୁହେଁ, ଆଧୁନିକ ଓଡ଼ିଆ କବିତାର ଏକ ଐତିହାସିକ କୀର୍ତ୍ତିସ୍ତମ୍ଭ ଏବଂ ଇତିହାସୋତ୍ତର କାବ୍ୟଚେତନା ଓ କଳାବୋଧର ଏକ ଉଜ୍ଜ୍ୱଳ ସ୍ମାରକୀ । ତାଙ୍କ ରଚିତ ଚାରିଶତରୁ ଊର୍ଦ୍ଧ୍ୱ କବିତା ମଧ୍ୟରୁ ୧୪୫ ଗୋଟି କବିତାକୁ ନେଇ ଏବର 'ବସନ୍ତ ବର୍ଣ୍ଣମାଳା'ର ପରିବର୍ଦ୍ଧିତ ଓ ପରିମାର୍ଜିତ ସଙ୍କଳନ ଆମ ସାମ୍ନାରେ, ସତେ ଅବା ସୂର୍ଯ୍ୟାସ୍ନାତ କବିତାର ମୁକ୍ତି ଉତ୍ସବକୁ ତ୍ୱର୍ଯ୍ୟନାଦ କରି ଆବାହନ କରୁଛି!

ସଙ୍କଳନରେ ସଂଯୋଜିତ କିବତାଗୁଡ଼ିକର ସୃଷ୍ଟିକାଳ ଅଷ୍ଟମ ଦଶକ । କବି ପ୍ରତିଭାର ଉନ୍ମେଷ କାଳର କବିତାଗୁଡ଼ିକୁ ନେଇ ୧୯୮୧ ମସିହାରେ କବି ବସନ୍ତ ପ୍ରକାଶ କରିଥିଲେ ତାଙ୍କର ପ୍ରଥମ କବିତା ସଙ୍କଳନ 'ଯିଏ ଯେଉଁଠି ଅଛ' । ସେ କବିତା ଗୁଡ଼ିକରେ ଉଦ୍ଦାମତା ଥିଲା, ଥିଲା ବି ବ୍ୟକ୍ତିବୋଧ ଓ ସମାଜ ସଚେତନା, ବାସ୍ତବତା ତଥା ଅନୁଶୀଳନର କଳାତ୍ମକ ପ୍ରକାଶ । କବିପଣ ଫୁଟି ଆସୁଥିବାର କଢ଼! ବିକ୍ଷିପ୍ତ, ବିନ୍ୟାସିତ ହେଇଯିବାର ଦୀପ୍ତ ମାନସିକତା । ନିରାନ୍ତରଣାରେ ସେ ହେଲେ କାବ୍ୟ-ତପସ୍ୱୀ । ଏକ ସ୍ୱତନ୍ତ୍ର କାବ୍ୟଶୈଳୀ ଓ ଧାରାର ପ୍ରବର୍ତ୍ତକ, ନିର୍ମାତା, ଯିଏ ପରବର୍ତ୍ତୀ ସମୟରେ ପ୍ରତିଷ୍ଠା କରି ପାରିଛନ୍ତି ନିଜସ୍ୱ ଏକ ଅନନ୍ୟ ପ୍ରକାଶନ ଭଙ୍ଗୀ । କବିତାର ମୌଳିକ କଳାବୋଧକୁ ରକ୍ଷାକରି ଶୈଳୀ ଓ ଚେତନାର ଏକ ବୈପ୍ଳବିକ ତଥା ସୁସଂହତ ପୃଷ୍ଠଭୂମି ସେ ସୃଷ୍ଟି କରିଯାଇଛନ୍ତି । ବୈପ୍ଳବିକ ଅବବୋଧ ଓ ଜାଗ୍ରତ ଚେତନାର କବି ବସନ୍ତ ଶବ୍ଦ ଓ ଭାଷା ପ୍ରତି ରୁକ୍ଷ ବା ନିଷ୍ଠୁର ବ୍ୟବହାର କରିନାହାନ୍ତି କିମ୍ବା ଶବ୍ଦର ଗତାନୁଗତିକ ବିଭବକୁ ପ୍ରୟୋଗ କରିନାହାନ୍ତି, ବରଂ ଶବ୍ଦ ଓ ଭାଷା ତାଙ୍କ କବିତାରେ ଏକ ଜ୍ୟୋତିର୍ମୟ ଶକ୍ତି, ଯାହା ଆନ୍ତରିକତାରେ ନିବିଡ଼ । ତେଣୁ କବିତାର ବିନ୍ୟାସ ଅଜଣାରେ ଛୁଇଁଯାଏ ପାଠକର ଆତ୍ମାକୁ, କେବେକେବେ ତା' ଛାତିରେ ପିନ୍‍କଣ୍ଟାଟିଏ ଫୋଡ଼ିଦିଏ ଯେମିତି!

About the Author: ତା ୨/୧୧/୧୯୫୫ ମସିହାରେ ତତ୍]କାଳୀନ ବାଲେଶ୍ୱର ଜିଲ୍ଲା (ବର୍ତ୍ତମାନ ଭଦ୍ରକ ଜିଲ୍ଲା)ର ବାସୁଦେବପୁର ଥାନା ଅନ୍ତର୍ଗତ ଅରଣ୍ଡୁଆ ଗାଁରେ, ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କବି ବସନ୍ତ । ବିଂଶ ଶତାବ୍ଦୀର ସପ୍ତମ ଦଶକରୁ ହିଁ ସେ କବିତା ଲେଖି ଆସିଥିଲେ । ୧୯୮୦ ଅକ୍ଟୋବର ସଂଖ୍ୟା 'ଭୂର୍ଜପତ୍ର'(୧)ରେ ପ୍ରକାଶିତ 'ରାତ୍ରୀ' ତାଙ୍କର ପ୍ରଥମ ପ୍ରକାଶିତ କବିତା । ଏହାର ମାତ୍ର କେତୋଟି ମାସ ପରେ ୧୯୮୧ ମଇ ମାସ 'ଝଙ୍କାର'ରେ ପ୍ରକାଶ ପାଏ ତାଙ୍କର 'କୁମ୍ଭୀର ପିଠିରେ ଫୁଲ' ନାମକ କବିତା । ପରେ ପରେ ଅନ୍ୟାନ୍ୟ ପତ୍ର ପତ୍ରିକାରେ ସ୍ଥାନିତ ହୁଏ ତାଙ୍କର ବହୁ କବିତା ।ସୃଷ୍ଟି ଭିନ୍ନ କେତେକ ସାହିତ୍ୟ ସଙ୍ଗଠନ କାର୍ଯ୍ୟରେ ତାଙ୍କର ଥିଲା ଅସାଧାରଣ ଆନ୍ତରିକତା ଓ ଦକ୍ଷତା । ୧୯୮୧ରେ ତାଙ୍କର ସାହିତ୍ୟ ସାଧନା ପୀଠ ଯାଜପୁରରେ ଅନ୍ୟ ସାହିତ୍ୟିକମାନଙ୍କ ସହ ମିଶି ସେ ଗଢ଼ିଥିଲେ 'ଲିଟେରିଆ ଗ୍ଲୋବାଲା' ନାମକ ଅନୁଷ୍ଠାନ ଏବଂ ସେହି ଅନୁଷ୍ଠାନ ତରଫରୁ ପ୍ରକାଶିତ ହୋଇଥିଲା କବି କମଳାକାନ୍ତ ଲେଙ୍କାଙ୍କ ପ୍ରତିଷ୍ଠିତ ପତ୍ରିକା 'ଭର୍ଜ୍ଜପତ୍ର' ଏବଂ ଯାହାର ପରିଚାଳନା ସମ୍ପାଦକ ଥିଲେ କବି ବସନ୍ତ ମୁଦୁଲି । ୧୯୮୩ରେ ଅନ୍ୟମାନଙ୍କ ସହ ମିଶି ସେହି ଯାଜପୁରରେ ଗଢ଼ିଥିଲେ ଅନ୍ୟଏକ ସାହିତ୍ୟ ଅନୁଷ୍ଠାନ 'ସ୍ୱର ଓ ସ୍ୱାକ୍ଷର' ।୧୯୮୬ ଜୁନ୍] ରଜସଙ୍କ୍ରାନ୍ତି ରାତିରେ ଏକ ରାସ୍ତା ଦୁର୍ଘଟଣାରେ ବସନ୍ତ ମାତ୍ର ୩୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ ।

"About this title" may belong to another edition of this title.

Bibliographic Details

Title: Basanta Barnamala
Publisher: BLACK EAGLE BOOKS
Publication Date: 2022
Binding: Taschenbuch
Condition: Neu

Top Search Results from the AbeBooks Marketplace

There are 5 more copies of this book

View all search results for this book