Items related to Geeta Phulara Mahaka

Geeta Phulara Mahaka - Softcover

Dash, Govind Chandra

 
9781645608028: Geeta Phulara Mahaka

Synopsis

ଗୀତ ଫୁଲର ବାସ୍ନା ନିଆରା । ଗୀତ ଫୁଲର ବଗିଚାରେ ଫୁଲମାନଙ୍କ ସୁରଭି ବାଣ୍ଟୁଥିବାକବି ଡ. ଗୋବିନ୍ଦ ଚନ୍ଦ୍ର ଦାଶ । ଶବ୍ଦ ମାନଙ୍କର ଶୂନ୍ୟ ସଡ଼କର କଡ଼େ କଡ଼େ ଅନେକ ଅଚିହ୍ନା, ଅଲୋଡ଼ା, ଅମୁହାଁ ଗଛ । ଗଛ ଡାଳରେ ଓହଳିଛି ଗୀତ ଫୁଲ ସବୁ, ବାସ୍ନାରେ ବିସ୍ମୟ ବିଭୋର ମନ, ସମୟର ଶକ୍ତ ଟାଣ ମୁଠାରେ ଚିରକାଳ ବନ୍ଦୀଥିବା ଦୁଃଖର ତାଡ଼ନା, ଜୀବନ ଜିଇଁବାର ନିର୍ଦ୍ଦିଷ୍ଟତା ଭିତରେ ଅନେକ ଅମୃତ ଅନୁଭବ ଓ ଗତିଶୀଳ ସମୟର ନିର୍ଦ୍ଦିଷ୍ଟ ପରିଧି ଭିତରେ ଅନିର୍ଦ୍ଦିଷ୍ଟ ଆନନ୍ଦର ନିଜସ୍ୱତା ।

ଜଣେ ସଫଳ ଗୀତିକାର ତଥା ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ଡ. ଦାଶଙ୍କର ଏହି ପଞ୍ଚଦଶ କବିତା ସଂକଳନଟି ନିଶ୍ଚିତ ଭାବେ ପାଠକୀୟ ସ୍ୱୀକୃତି ଲାଭ କରିବ ଏହା ନିଃସନ୍ଦେହ ।

"synopsis" may belong to another edition of this title.