Items related to Bhari Manepade

Bhari Manepade - Softcover

Panda, Manas

 
9781645602187: Bhari Manepade

Synopsis

ମାନସଙ୍କ ଅଠରଟି ଗପକୁ ନେଇ ପ୍ରସ୍ତୁତ ଏଇ ପ୍ରଥମ ସଂକଳନରେ ରହିଛି ବିବିଧତାର ବାଙ୍ମୟ ବାସ୍ନା । ପିଲାଦିନର ମହମହ ସ୍ମୃତିଠୁ ତାରୁଣ୍ୟର ତରଳ ସ୍ୱପ୍ନଯାଏ; ପୁଣି ସ୍ୱପ୍ନଭଙ୍ଗର ଉତ୍ପୀଡ଼କ ଉପପାଦ୍ୟଠୁ ବାସ୍ତବତାର ବିସ୍ତୃତ ବର୍ଣ୍ଣବିଭାଯାଏ; .. ଯାହା ନିଶ୍ଚିତ ରୂପେ ଉଚ୍ଚକିତ ଓ ଉତ୍ସାହିତ କରିବ ଚିହ୍ନରା ପାଠକମାନଙ୍କୁ ।

ତ' ସ୍ୱାଗତ କରନ୍ତୁ.. ଆମ 'କଥା-ପରମ୍ପରା'ର ଜଣେ ନୂଆ ନିଆରା ନାୟକଙ୍କୁ, ସମର୍ଥ ସଫଳ ସ୍ରଷ୍ଟାପୁରୁଷଙ୍କୁ.. ।


"synopsis" may belong to another edition of this title.

About the Author

ସଂଖ୍ୟା ଦୃଷ୍ଟିରୁ ଖୁବ୍ କମ୍ ଗପ ଲେଖିଥିବା ସତ୍ତ୍ୱେ, ନିଜର ଏକ ସ୍ୱତନ୍ତ୍ର ଛାପ ଓ ପରିଚୟ ତିଆରିବାରେ ସକ୍ଷମ ହୋଇଥିବା ଆମ ସମୟର ଜଣେ ପ୍ରଭାବଶାଳୀ ଓ ପ୍ରତିଶ୍ରୁତିସଂପନ୍ନ ଗାଳ୍ପିକ ହେଲେ ମାନସ ପଣ୍ଡା । ମାନସଙ୍କ ଗଳ୍ପ-ମାନସର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି, କାହାଣୀ ଚୟନଠୁ କଥନ ଶୈଳୀଯାଏ- ସବୁଥିରେ ଥାଏ ଦଲକାଏ ତାଜାପଣ । ତାଙ୍କ ଗପସବୁ ଏକାଧାରରେ ଅଣପାରମ୍ପରିକ ଓ ଅଣବୋରିଂ; ସାବଲୀଳ ଓ ସୁଖପାଠ୍ୟ; ବିନା ବିରାମରେ ଏକା ନିଃଶ୍ୱାସକେ ପଢ଼ି ହେଇଗଲା ଭଳି ଆକର୍ଷଣୀୟ ଓ ଉପଭୋଗ୍ୟ । ପୁଣି, ପ୍ରେମ-ପ୍ରତାରଣାର ପଣକିଆ ପଢ଼ାଇବାରେ ତାଙ୍କ ଗପ ଯେତିକି ପାରଙ୍ଗମ, ଜୀବନ-ଜଞ୍ଜାଳର ଜଟିଳ ଜ୍ୟାମିତି କଷାଇବାରେ ବି ସେତିକି ଜାଜ୍ଜ୍ୱଲ୍ୟମାନ ।

"About this title" may belong to another edition of this title.