Items related to Sata Chitra Michha Charitra

Sata Chitra Michha Charitra - Softcover

Rout, Gourahari

 
9781645600954: Sata Chitra Michha Charitra

Synopsis

ସତ ନାଁ'ରେ ଏଠି ମିଛର ଖେଳ ବେଶୀ ଚାଲିଥାଏ । ଉପରର ଭେଲ୍‌ବେଟ୍ କପଡ଼ା ତଳେ କେତେ କଦର୍ଯ୍ୟ ଅପରିଷ୍କାର ଚିତ୍ର ସାଇତା ହୋଇଛି - ଚକ୍‌ଚକ୍ କରୁଥିବା ଭେଲ୍‌ବେଟ୍ କପଡ଼ା ନଟେକିଲେ ଆମେ କେମିତି ଜାଣିବା? ମୁଖାପିନ୍ଧି ନାଚୁଥିବା ଲୋକର ମୁଖା ନଖୋଲିଲେ ଆମେ କ'ଣ ଚରିତ୍ରର ସତ ଚେହେରାକୁ ଦେଖିପାରିବା? ସେଇଥି ପାଇଁ କୁଢ଼ କୁଢ଼ ଅଳିଆ ଉପରେ ଅତର ସିଞ୍ଚି ଚଉଦିଗକୁ ମହକାଉଥିବା ଲୋକ ଉପରେ ଭରସା କରି ଆମରି ଭିତରୁ ଅନେକେ ସେମାନଂକ ପଛରେ ଧାଇଁଥାନ୍ତି । ଆମେ ସତରେ କେତେ ବୋକା - ସେମାନଂକ ମନଭୁଲାଣିଆ କଥାରେ ଭଳିଯାଇ କାଳିସୀ ଲାଗିଲାପରି ଚାଲିଥାଉ । କାଂଚନ ବଦଳରେ କାଚ କଣିକା ଦେଖାଇ ସେମାନେ ଆମକୁ ନୟାନ୍ତ କଲେ ବି ଆମେ ମାଇଲ୍ ମାଇଲ୍ ବାଟ ଦୌଡୁଥାଉ - କାଳେ କାଂଚନ ମିଳିଯିବ କି? ଶେଷରେ ପାଣି ଭ୍ରମରେ ମରୀଚିକା ପଛରେ ଧାଇଁବାର ପରିଣାମ ଆମକୁ ଭୋଗିବାକୁ ପଡ଼େ । ନା କାଂଚନ, ନା କାଚ - ନା ଜଳ, ନା ମରୀଚିକା କୌଣସିଟା ଆମ ଭାଗ୍ୟରେ ଯୁଟେନି ।

             ଆମକୁ ଭ୍ରମିତ କରୁଥିବା ସେଇ ଚତୁରମାନେ କିନ୍ତୁ ଆସନ୍ନ ବିପଦର ସୁରାକ୍ ପାଇଲେ ଖସିଯାଆନ୍ତି, କେତେବେଳେ ସାତବର୍ଣ୍ଣି ଏଣ୍ଡୁଅ ପରି ରଙ୍ଗ ବଦଳାଇ ଅଥବା ଆଉ କେତେବେଳେ ଅଭିନବ ଅଭିନୟ କରି ।

             ଏଇସବୁ ଚିତ୍ର ଏବଂ ଚରିତ୍ରର ସମାହାର ହେଉଛି 'ସତ ଚିତ୍ର ମିଛ ଚରିତ୍ର' । ଆମ ଚାରିପାଖର ବାସ୍ତବ ଚିତ୍ର ଏଥିରେ ରୂପ ପାଇଛି ନୂଆ ଢଂଗରେ; ଆଉ ଏକ ପରିପାଟୀରେ । ବିଶେଷ କଥା ହେଉଛି - ବାସ୍ତବ ଚିତ୍ର ଭିତରେ ଖଂଜାଯାଇଥିବା ଚରିତ୍ରମାନେ କିନ୍ତୁ ଅବାସ୍ତବ ବା ମିଛ । ଏଇ ଅବାସ୍ତବ ଚରିତ୍ରମାନଂକ ଭିତରକୁ ଗଭୀର ଭାବରେ ନିରୀକ୍ଷଣ କଲେ ଆପଣ ବାସ୍ତବ ଚରିତ୍ରମାନଙ୍କ ଭେଟ ପାଇପାରିବେ । ଭାବିବେ - ସତେ ତ ଏଭଳି ଲୋକ ଜଣେ ମୋତେ ଚିତା କାଟିଥିଲା, ଏଭଳି ଲୋକମାନଂକୁ ମୁଁ ନିଜ ଚାରିପାଖରେ ଦେଖୁଛି! ସେଥିପାଇଁ ଆମର ଏ ପ୍ରୟାସ । 

"synopsis" may belong to another edition of this title.

About the Author

ଗୌରହରି ରାଉତ - ଶରତର ସଫେଦ ଶୋଭା ତାଙ୍କ ସୃଜନ ସ୍ରୋତର ବୈଶିଷ୍ଟ୍ୟ । ସାହିତ୍ୟ ସୃଷ୍ଟିରେ ଯେତିକି ଅଙ୍ଗୀକାରବଦ୍ଧ, କଳା ନୈପୁଣ୍ୟରେ ସେତିକି ସମର୍ପିତ ସେ । ସେଇଥିପାଇଁ ତାଙ୍କ ସାହିତ୍ୟର ବିଭିନ୍ନ ବିଭାବ ଯେତିକି ରସାଳ ଚିତ୍ର ସୃଷ୍ଟିର କଳା କମନୀୟତା ସେତିକି ଚିତ୍ତାକର୍ଷକ । ସାହିତ୍ୟିକ ଆବେଦନ ନିଆରାପଣରେ ଯେତିକି ମଧୁମୟ; ଚିତ୍ରଭାଷାର ନୀରବ ବ୍ୟଞ୍ଜନା ସେତିକି ସୁଧାମୟ । ଡକ୍ଟର ଗୌରହରି ରାଉତ - ଆମ ସମୟର ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଓ ଚିତ୍ରଶିଳ୍ପୀ ଭାବରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ।କାବ୍ୟ-କଳାରୁ ତାଙ୍କ ଯାତ୍ରାର ଉନ୍ମେଷ... ତାହା ପୁଣି ପ୍ରଲଂବିତ ହୁଏ କଥା ସାହିତ୍ୟ, ଉପନ୍ୟାସ, ପ୍ରବନ୍ଧ, ଆତ୍ମକଥା, ଲଳିତ ନିବନ୍ଧ ଏବଂ ବ୍ୟଙ୍ଗ ସାହିତ୍ୟ ପର୍ଯ୍ୟନ୍ତ । ଯାତ୍ରା ତାଙ୍କର ଅବ୍ୟାହତ । ଏହା ଭିତରେ ସେ ସାଉଁଟିଛନ୍ତି ଅନେକ ପାଠକୀୟ ଶ୍ରଦ୍ଧା । ତାଙ୍କ ବ୍ୟଙ୍ଗ କଥନରେ କଟାକ୍ଷର ଯେତିକି କଂଟକ, ତହୁଁ ବଳି ହାସ୍ୟ ରସର ଅନନ୍ୟ ଉପସ୍ଥାପନା । ହସେଇ ରସେଇ ଗେଲ କରିବା ଛଳରେ ଗାଲ ଚିପିବାର କଳାରେ ସେ ବେଶ ଧୂରୀଣ । ପ୍ରକାଶିତ ପୁସ୍ତକ 'ସତ ଚିତ୍ର ମିଛ ଚରିତ୍ର' ସ୍ପିନ୍ ବୋଲର୍ ଗୌରହରିଙ୍କ ଶାଣିତ ଦସ୍ତାବିଜ ।

"About this title" may belong to another edition of this title.