'ବୃତ୍ତ' କବି ଦୀପକ ମିଶ୍ରଙ୍କର ସପ୍ତମ କବିତା ସଂକଳନ । ବିଗତ ପନ୍ଦର ବର୍ଷ ଧରି କବି ନିରବଚ୍ଛିନ୍ନ ଭାବରେ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ନାନା ପରୀକ୍ଷା ନିରୀକ୍ଷା କରି ଆସିଛନ୍ତି - ତଥାପି ତାଙ୍କର ପରୀକ୍ଷାର ଶେଷ ନାଇଁ । ଜୀବନର ବିରାଟ ବିପୁଳ ବୃତ୍ତର କେନ୍ଦ୍ରବିନ୍ଦୁରେ କବି ଏକ ପାଦ ରଖି ଅନ୍ୟପାଦକୁ ସେହି ବୃତ୍ତର ପରିଧିରେ ଅବସ୍ଥାପିତ କରି ସତତ ଘୂର୍ଣ୍ଣାୟମାନ । ତାଙ୍କର କାବ୍ୟ ପୁରୁଷ ସ୍ଥିର ନୁହେଁ-ଗତିଶୀଳ ଏକ ପୂର୍ଣ୍ଣ ସତ୍ୟ ଲଭ କରିବା ଆଶାରେ । ଏହି ସତ୍ୟ ପାର୍ଥିବ ଜୀବନର ସ୍ଥୂଳ ସତ୍ୟ ନୁହେଁ - ପାର୍ଥିବ ଜୀବନର ପ୍ରେମ ଓ ଯନ୍ତ୍ରଣା, ବ୍ୟଥା ଓ ବିଫଳତା, ନୈରାଶ୍ୟ ଓ ଶୋଚନୀୟତା, ବିଚ୍ଛିନ୍ନତା ଓ ନିଃସଙ୍ଗତା, ପ୍ରାପ୍ତି ଓ ଅପ୍ରାପ୍ତି - ଏହି ଦର୍ପିତ ଅବିଚଳିତ କାବ୍ୟପୁରୁଷକୁ ବେଳେ ବେଳେ ବିଚଳିତ କରିଛି ସତ୍ୟ ମାତ୍ର ଲକ୍ଷ୍ୟଚ୍ୟୁତ କରାଇ ପାରିନାହିଁ - ଏକ ଇନ୍ଦ୍ରିୟୋତ୍ତର ତୈଜସ ସତ୍ୟର ଉଦ୍ଘାଟନ ପାଇଁ ଏହି କାବ୍ୟ ପୁରୁଷ ଗତି କରିଛି ଦୁର୍ନିବାର ଭାବରେ ।
"synopsis" may belong to another edition of this title.
ଦୀପକ ମିଶ୍ର (୧୯୩୮-୨୦୦୮) ଆଧୁନିକ ଓଡ଼ିଆ କବିତା ଧାରାରେ ପ୍ରୟୋଗବାଦର ଜଣେ ଦକ୍ଷ କାରିଗର । ୧୯୩୮ ମସିହାରେ କେନ୍ଦ୍ରାପଡ଼ାରେ ସେ ଜନ୍ମଗ୍ରହଣ କରିଥିଲେ । ଇତିହାସରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ହେଁ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ପ୍ରେମ, ମୃତ୍ୟୁ, ନିର୍ଜନତା ଏବଂ ଦୁଃଖବାଦର ଅଦ୍ଭୁତ ସଂଜ୍ଞାକାର ସେ । କବି, ସମାଲୋଚକ ତଥା ଜଣେ ଅନୁବାଦକ ଭାବରେ ସେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି । ତାଙ୍କର କବିତା ସଂକଳନଗୁଡ଼ିକ ମଧ୍ୟରେ ରହିଛି- 'ସମାପିକା', 'ଦୀପକ ମିଶ୍ରଙ୍କ କେତୋଟି କବିତା', 'ଅନୁଷ୍ଟୁପ୍]', 'ନିଷିଦ୍ଧ ହ୍ରଦ', 'ନିର୍ଜନ ନକ୍ଷତ୍ର', 'ମଧ୍ୟାହ୍ନର ଛାଇ', 'ବୃତ୍ତ', 'ସପ୍ତମ ପୃଥିବୀ', 'ଅରଣା ମଇଁଷି', 'ଶୂନ୍ୟତାର ଶୋଷ', 'କପଟ ସୂର୍ଯ୍ୟାସ୍ତ', 'ଧୂଳିର ସିଂହାସନ', 'ନିରବଧି', 'ନାଭିଶ୍ୱାସ', 'ଋକ୍]', 'ନିଦାଘ ଯାତ୍ରା', 'ଦୀପକ ମିଶ୍ରଙ୍କ ନିର୍ବାଚିତ କବିତା', 'ସୁଖ ସଂହିତା', 'ସବୁ କବିତା' - ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ । 'ବୃତ୍ତ' କବିତା ସଂକଳନରେ ପ୍ରେମ ଓ ମୃତ୍ୟୁକୁ ନେଇ କବି ଦୀପକ ମିଶ୍ରଙ୍କ ରୂପ-ଚିତ୍ର ତଥା ମିଥ୍]କୀୟ ରୋମାଣ୍ଟିକ୍ ଭାବାଳୁତା ଅଦ୍ୱିତୀୟ ।
"About this title" may belong to another edition of this title.
Seller: Ria Christie Collections, Uxbridge, United Kingdom
Condition: New. In. Seller Inventory # ria9781645600923_new
Quantity: Over 20 available
Seller: Chiron Media, Wallingford, United Kingdom
PF. Condition: New. Seller Inventory # 6666-IUK-9781645600923
Quantity: 10 available
Seller: PBShop.store UK, Fairford, GLOS, United Kingdom
PAP. Condition: New. New Book. Delivered from our UK warehouse in 4 to 14 business days. THIS BOOK IS PRINTED ON DEMAND. Established seller since 2000. Seller Inventory # L0-9781645600923
Quantity: Over 20 available
Seller: THE SAINT BOOKSTORE, Southport, United Kingdom
Paperback / softback. Condition: New. This item is printed on demand. New copy - Usually dispatched within 5-9 working days 140. Seller Inventory # C9781645600923
Quantity: Over 20 available
Seller: PBShop.store US, Wood Dale, IL, U.S.A.
PAP. Condition: New. New Book. Shipped from UK. THIS BOOK IS PRINTED ON DEMAND. Established seller since 2000. Seller Inventory # L0-9781645600923
Quantity: Over 20 available
Seller: Majestic Books, Hounslow, United Kingdom
Condition: New. Print on Demand. Seller Inventory # 399686005
Quantity: 4 available
Seller: BargainBookStores, Grand Rapids, MI, U.S.A.
Paperback or Softback. Condition: New. Brutta 0.24. Book. Seller Inventory # BBS-9781645600923
Quantity: 5 available
Quantity: 4 available
Seller: Biblios, Frankfurt am main, HESSE, Germany
Condition: New. PRINT ON DEMAND. Seller Inventory # 18396691104
Quantity: 4 available
Seller: Best Price, Torrance, CA, U.S.A.
Condition: New. SUPER FAST SHIPPING. Seller Inventory # 9781645600923
Quantity: 1 available